ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ଭଳି ଆଉ ଏକ ବିଭତ୍ସ ହତ୍ୟାର ଖୁଲାସା ହୋଇଛି । କିନ୍ତୁ ଏଥିରେ ଗର୍ଲଫ୍ରେଣ୍ଡ ନୁହେଁ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ, ପୁଅ । ଦିଲ୍ଲୀରେ ପାଣ୍ଡବନଗରରେ ରହୁଥିବା ପୁନମ ନିଜ ପୁଅ ଦୀପକ ସହାୟତାରେ ସ୍ୱାମୀ ଅଞ୍ଜନ ଦାସଙ୍କୁ ହତ୍ୟା କରିଛି । ସାବତ ପୁଅର ସ୍ତ୍ରୀ ସହ ଅବୈଧ ସମ୍ପର୍କ ରଖିବାରୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପତ୍ନୀ ଏବଂ ସାବତ ପୁଅ ମିଶି ହାଣି ହତ୍ୟା କଲା ପରେ ୨୨ ଖଣ୍ଡ କରିଥିଲେ । ଶବକୁ ୨୨ ଖଣ୍ଡ କରି ହାଣି ଫ୍ରିଜରେ ସାଇତି ରଖିଥିଲେ ମା ପୁଅ । ସବୁଦିନ ରାତି ଅଧରେ ମା ପୁଅ ମାଂସ ଖଣ୍ଡକୁ ନିକଟ ପଡିଆରେ ଫିଙ୍ଗୁଥିଲେ । ସିସିଟିଭିରେ ମା , ପୁଅଙ୍କ କାରନାମା ସୁରାକ ପାଇ ଗିରଫ କରିଛି ପୋଲିସ ।
ପୋଲିସର ସୂଚନା ଅନୁସାରେ , ମୃତ ଦେହକୁ ବିଭିନ୍ନ ଅଞ୍ଚଳରେ ଖଣ୍ଡ ଖଣ୍ଡ କରି ପକାଇ ଦିଆଯାଇଛି । ଗତ ଜୁନ୍ ମାସରେ ଅଞ୍ଜନ ଦାସକୁ ହତ୍ୟା କରିଥିଲେ ସ୍ତ୍ରୀ ପୁନମ ଏବଂ ସାବତ ପୁଅ ଦୀପକ । ଏହି ଘଟଣା ସେତେବେଳେ ଜଣାପଡିନଥିଲା । ସିସିଟିଭିରୁ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ରାତିରେ ଦୀପକ ଏକ ବ୍ୟାଗ ଧରି ଚାଲୁଥିବାବେଳେ ମା’ ପୁନମ ତାଙ୍କ ପଛେ ପଛେ ଯାଉଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here