କଂଗ୍ରେସ ଆଉ ଲଢିବା ସ୍ଥିତିରେ ନାହିଁ । ଯେତେଯାହା କଲେ ବି କଂଗ୍ରେସର ଅବସ୍ଥା ସୁଧୁରୁନି । ପିସିସି ସଭାପତି ବଦଳାଇଲେ ବି ଦଳ ଉପରେ କିଛି ଫରକ ପଡୁନି । ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିବାକୁ ପଡୁଛି । ଧାମନଗର ଉପନିର୍ବାଚନ ହେଉ କି ପଦ୍ମପୁର, ସବୁଠି ଅମାନତ ହରାଉଛି କଂଗ୍ରେସ । ଦିନକୁ ଦିନ ରାଜ୍ୟରେ କଂଗ୍ରେସର ଶୋଚନୀୟ ସ୍ଥିତି ଦେଖି ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ଯଦି ଏମିତି ଚାଲେ, ତେବେ ଖୁବ୍ କମ୍ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇଯିବ । ପିସିସି ସଭାପତି ତୁରନ୍ତ ବୈଠକ ଡାକି ସ୍ଥିତି ପରଖିବା ଦରକାର । ଦଳର ଫଳାପଳ ନେଇ ପିସିସି ସଭାପତିଙ୍କୁ ଆକ୍ଷେପ କରିଛନ୍ତି ସେ ।

ଅପରପକ୍ଷରେ ପଦମପୁରରେ କଂଗ୍ରେସ ଭୋଟ ବିଜେଡି ପଟକୁ ଗଲା ବୋଲି କହିଛି ବିଜେପି । କଂଗ୍ରେସ ଭୋଟ ବିକ୍ରି ହୋଇଗଲା ଏବଂ ବିଜେଡି କିଣିନେଲା ବୋଲି ବିଜେପିର ଆରୋପ ପରେ କଂଗ୍ରେସର ସ୍ବଚ୍ଛ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ନିର୍ବାଚନରେ ବିଜେପି ପଦ୍ମପୁରରେ ଯେତିକି ଭୋଟ ପାଇଥିଲା, ଉପନିର୍ବାଚନରେ ତା ଠାରୁ ଅଧିକ ଭୋଟ ପାଇଛି । କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ହାର କମିଯାଇଛି ।

ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ନେଇ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି, ଏହା ଜନାଦେଶ ନୁହେଁ, ଧନାଦେଶ । ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ବୋଲି ସେ ଆକ୍ଷେପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here