ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ଘଟଣାରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଶ୍ରଦ୍ଧାଙ୍କ ବାପା । ସେ କହିଛନ୍ତି ଯେ, ଦିଲ୍ଲୀର ରାଜ୍ୟପାଳ , ପୋଲିସ ଅଧିକାରୀ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମୋତେ ଆଶ୍ୱସନା ଦେଇଛନ୍ତି ଯେ, ମୋତେ ନ୍ୟାୟ ମିଳିବ । ତଦନ୍ତ ଠିକ୍ ଚାଲିଛି । ମୋତେ ନ୍ୟାୟ ଦେବା ପାଇଁ ଆପଣଙ୍କ ସହଯୋଗ ଦରକାର ବୋଲି ଗଣମାଧ୍ୟମ ପ୍ରତିନିଧିକୁ କହିଛନ୍ତି ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକର ।
ଆଫତାବ ମୋ ଝିଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି । ମୁଁ ଚାହୁଁଛି ଆଫତାବକୁ କଡା ସଜ୍ଜା ମିଳୁ ଏବଂ ତା ପରିବାରକୁ ମଧ୍ୟ ତଦନ୍ତ ଘେରକୁ ଅଣାଯାଉ । ମୋ ଝିଅକୁ ଯେମିତି କଲବଲ କରି ମାରିଛନ୍ତି । ତାଙ୍କୁ ସେମିତି ସଜ୍ଜା ମିଳୁବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା । ମୁଁ ଚାହୁଁଛି ଆଫତାବକୁ ଫାଶୀ ଦିଆଯାଉ । ଭାସାଇ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ବିକାଶ ୱାକର । ମୋ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଯଦି ଭାସାଇ ପୋଲିସ ଆମକୁ ସାହାର୍ଯ୍ୟ କରିଥାନ୍ତେ ହୁଏତ ମୋ ଝିଅ ଆଜି ବଞ୍ଚି ଯାଇଥାନ୍ତା । ମୋ ଝିଅର ମୃତ୍ୟୁରେ ମୁଁ ଗଭୀର ଦୁଃଖିତ ।