ବିଜୁ ଜନତା ଦଳରେ ଦାମ ହଟାଓ ଅଭିଯାନ ଚାଲିଥିବାବେଳେ ଦାମୋଦର ରାଉତ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଳ ଏବେ ତିନି ଜଣ ନେତାଙ୍କ କଥାରେ ଚାଲିଛି । ଦେବାଶିଷ ସାମନ୍ତରାୟ , ଅରୁଣ ସାହୁ ଓ ବବି ଦାସଙ୍କ ଦ୍ୱାରା ପରିଚାଳିତ ଦଳରେ ସେ ନାହାଁନ୍ତି । ସେ ବିଧାୟକ ଥିଲା ପଯ୍ୟନ୍ତ ବିଜୁ ଜନତା ଦଳର ବିଧାୟକ ରହିବେ ଏବଂ ଯେଉଁ ଦିନ ବିଜେଡିରୁ ବିଜୁ ଶଦ୍ଦ କଟିଯିବ, ସେଦିନ ଆଉ ସେ ନଥିବେ ବୋଲି କହିଛନ୍ତି । ସେହିପରି ତାଙ୍କ ବିରୁଦ୍ଧରେ ନବୀନଙ୍କ ନିକଟରେ ଅଭିଯୋଗ କରିଥିବା ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ମଧ୍ୟ ସେ ପ୍ରଚଣ୍ଡ ବର୍ଷିଛନ୍ତି । ଯୋଜନ ବୋର୍ଡ ଉପାଧ୍ୟକ୍ଷ ଥିବା ବିଷ୍ଣୁ ଦାସଙ୍କ ଦକ୍ଷତାକୁ ନେଇ ତାତ୍ସଲ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here