ପ୍ରବଳ ଜାଡରେ ଥରୁଛି ଉତ୍ତର ଭାରତ । କୁହୁଡି ସାଙ୍ଗକୁ କୋହଲା ପବନ । ଲଗାତାର ଖସୁଛି ପାରଦ । ଦିଲ୍ଲୀ ଏନସିଆର ସମେତ ଉତ୍ତର ପଶ୍ଚିମରେ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ଚଳିତ ସିଜିନର ଏହା ସବୁଠୁ ଥଣ୍ଡା । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ରାଜଧାନୀର ଅନେକ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ୧ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ପ୍ରବଳ କୁହୁଡି ଯୋଗଁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ସେପଟେ ହରିୟାଣା , ମଧ୍ୟପ୍ରଦେଶ, ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରା ୩ରୁ ୭ ଡିଗ୍ରୀ ପାର ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ଶୀତ ଯୋଗଁ ରାଜ୍ୟରେ ସ୍କୁଲ ଗୁଡିକରେ ଶୀତ ଛୁଟି ସମୟ ସୀମାକୁ ବଢାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here