ଅନ୍ତରୀକ୍ଷ ବିଜ୍ଞାନରେ ସବୁବେଳେ କିଛି ନୂଆ ଡାଇମେନସନ ଗଢୁଥିବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବହୁତ ଜଲଦି ଅନ୍ତରୀକ୍ଷ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବାକୁ ଯାଉଛି. ତେବେ ଇସ୍ରୋର ଏହା ସଂପୂର୍ଣ୍ଣରୂପେ ବ୍ୟବସାୟିକ ଉଡାଣ ହେବ. ଏହାସହ କୈାଣସି ଭାରତୀୟ ଉପଗ୍ରହକୁ ଛଡାଯିବ ନାହିଁ. ଏହାର ଆରମ୍ଭ 16 ସେପ୍ଟମ୍ବର 2018ରେ ହେବ, ଯେତେବେଳେ ଭାରତୀୟ ରକେଟ ଶ୍ରୀହରିକୋଟର ସତୀଶ ଭବନ ଅନ୍ତରୀକ୍ଷ କେନ୍ଦ୍ରରୁ ଦୁଇ ବ୍ରିଟିଶ ଉପଗ୍ରହ ସହିତ ଉଡାଣ ଆରମ୍ଭ କରିବ. ଏହା ପରେ ଭାରତ ସେହି ଦେଶମାନଙ୍କ ଶ୍ରେଣୀରେ ସାମିଲ ହେଇଯିବ ଯାହାପାଖରେ ବିଦେଶୀ ଉପଗ୍ରହମାନଙ୍କୁ ଅନ୍ତରୀକ୍ଷରେ ସ୍ଥାପିତ କରିବା କିମ୍ବା ପଠେଇବାର ନିଜସ୍ୱ କୈାଶଳ ପାଖରେ ଥିବ. 16 ସେପ୍ଟେମ୍ବର 2018ରେ ଇସ୍ରୋ ନିଜର ଧ୍ରୁବିୟ ପ୍ରକ୍ଷେପଣ ଯାନ PSLV C-42କୁ ଦୁଇ ବ୍ରିଟିଶ ଉପଗ୍ରହ ନୋବାସାର ଏବଂ ଏସ1-4କୁ ପୃଥିବୀ କକ୍ଷରେ ସ୍ଥାପନ କରିବ. 450 କି.ଗ୍ରାର ଏହି ଉପଗ୍ରହକୁ ବ୍ରିଟିଶ କମ୍ପାନୀ Surrey Satellite Technology Limited (SSTL) ନିର୍ମାଣ କରିଛି.