ଖଣି ଦୁର୍ନୀତି କଥାକୁ ମାନିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ଠାରୁ ପାଇଥିବା ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟ୍ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିିତା କହିଛନ୍ତି , ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ସେ ସଂସଦରେ ବିଭିନ୍ନ ସମୟରେ ପ୍ରସଙ୍ଗ ଉଠାଇଛନ୍ତି । ଏମିତି କି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରୁ ପାଇଥିବା ଉତ୍ତରକୁ ନିଜେ କେନ୍ଦ୍ର ଖଣି ମନ୍ତ୍ରୀ ଚିଠି ଲେଖି ତାଙ୍କୁ ଜଣାଇଛନ୍ତି । ଯେଉଁଥିରେ ରାଜ୍ୟରେ ବେସରକାରୀ ଖଣି ବ୍ୟାପକ ଦୁର୍ନୀତି ହୋଇଥିବା ସରକାର ମାନିଛନ୍ତି । ବେସରକାରୀ ଖଣିରେ ହାଇଗ୍ରେଡ ଆଇରନ ଓରକୁ ଲୋ ଗ୍ରେଡ୍ କରାଯାଇଛି । ହାଇଗ୍ରେଡ ଲୁହାପଥରକୁ ଲୋ ଗ୍ରେଡ କରିବାରୁ ରାଜକୋଷକୁ ବ୍ୟାପକ କ୍ଷତି ହୋଇଛି । ଡିଏମଏଫକୁ ଯେତିକି ଟଙ୍କା ଆସିବା କଥା ସେତିକି ଆସୁନି ।
ଅପରାଜିତା ରାଜ୍ୟ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଯେଉଁଥିରେ ଦୁର୍ନୀତିର ଅର୍ଥ କାହା ପାଖକୁ ଯାଇଛି? ଓ ଆଗକୁ ଦୁର୍ନୀତି ହେବ ନାହିଁ ବୋଲି ରାଜ୍ୟ ସରକାର ଗ୍ୟାରେଣ୍ଟି ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here