ମୋବାଇଲରେ ଚାଲିବ ସ୍ୱଦେଶୀ ଅପରେଟିଂ ସିଷ୍ଟମ । ଆଣ୍ଡ୍ରୋଏଡ , ଆଇଓଏସ ଭଳି ମୋବାଇଲ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ । ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ହୋଇଛି ‘Bhar os’ । ଯାହା ସମ୍ପୂର୍ଣ୍ଣଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ । କେବଳ ମୋବାଇଲ ନୁହେଁ କମ୍ପ୍ୟୁଟରରେ ମଧ୍ୟ ଏହା କାମ କରିପାରିବ । ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବରେ ଆଇଆଇଟି ମାଡ୍ରାସର ଅଧିକାରୀ ସହ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ବିଶ୍ୱରେ ଥିବା କୋଟି କୋଟି ଲୋକଙ୍କ ପାଖରେ ପହଁଞ୍ଚିବାକୁ ହେଲେ ଏହାକୁ ଅଧିକ ଉନ୍ନତ ମାନର ପ୍ରସ୍ତୁତ କରିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି । ‘Bhar os’ ସହିତ ଆଉ ଏକ ଏ ଯୋଡିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here