ଆଖି ବୁଜିଲେ ମନ୍ତ୍ରୀ ନବ ଦାସ I ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନବ ଦାସଙ୍କ ମୃତ୍ୟୁ ହୋଇଛି I ଅପରେସନ କରାଯାଇ ତାଙ୍କର ଗୁଳି ବାହାର କରାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି I ଆଜି ବ୍ରଜରାଜ ନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳେ ପୋଲିସ ଅଧିକାରୀ ଗୋପାଳ ଦାସ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ I ଏୟାର ଲିଫ୍ଟ ଯୋଗେ ତାଙ୍କୁ ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହସ୍ପିଟାଲ ଯାଇ ତାଙ୍କ ଚିକିତ୍ସା ଅବସ୍ଥା ପଚାରି ବୁଝିଥିଲେ I ନବ ଦାସଙ୍କୁ ଗୁଳି ମାଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here