ରାଫେଲକୁ ନେଇ ବିବାଦ ଲାଗି ରହିଥିବା ବେଳେ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂହ ଧନୋଆ ରାଫେଲ ସପକ୍ଷରେ ଯୁକ୍ତି ବାଢିଛନ୍ତି. ନୂଆଦିଲ୍ଲୀରେ ସେ କହିଛନ୍ତି, ଭାରତ ସରକାର ବାୟୁସେନାର କମ୍ ସଂଖ୍ୟାବଳ ସମସ୍ୟାକୁ ସମାଧାନ କରିବା ପାଇଁ ଏବଂ ସେନାକୁ ଶକ୍ତିଶାଳୀ କରିବା ପାଇଁ ରାଫେଲ ବିମାନ ଓ ଏସ-୪୦୦ ମିସାଇଲ ବାୟୁସେନାରେ ଉପଲବ୍ଧ କରାଇଛନ୍ତି । ବାୟୁସେନା ପ୍ରମୁଖ କହିବାନୁଯାୟୀ , ସେନାରେ ୪୨ ସ୍ୱୀକୃତ ସ୍ୱାର୍ଡନ ହେବା ବଦଳରେ କେବଳ ୩୧ଟି ସ୍ୱାର୍ଡନ ରହିଛି । ଯଦି ସେନାରେ ୪୨ଟି ସ୍ୱାର୍ଡନ ରୁହେ, ତେବେ ମଧ୍ୟ ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦିଙ୍କ ତୁଳନାରେ କମ୍ ରହିବ । ପଡୋଶୀ ରାଷ୍ଟ୍ର ସହ ତୁଳନା କଲେ ଚୀନ୍ ବହୁ ବିକଶିତ ହୋଇସାରିଲାଣି । ତେବେ ଚୀନ୍ ପାଖରେ ବର୍ତ୍ତମାନ ୧୭୦୦ ଫାଇଟର ଏୟାରକ୍ରାଫ୍ଟ ରହିଥିବାର ସୁଚନା ମିଳିଛି । ସେଥିମଧ୍ୟରୁ ୭୦୦ଟି ଚତୁର୍ଥ ଜେନେରେସନ । ଗତ ଦଶ ବର୍ଷ ହେବ ଚୀନ ପରିବହନ ବ୍ୟବସ୍ଥାରେ ମଧ୍ୟ ବହୁ ବିକଶିତ ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here