କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ୩ ଦିନିଆ ଆନ୍ଦୋଳନ । କେନ୍ଦ୍ର ଉଷୁନା ଧାନ ଉଠାଇବା ପରିମାଣ କମାଇଦେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିଦେବା ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ପ୍ରତିବାଦରେ ରାଜଭବନ ଆଗରେ ଆନ୍ଦୋଳନ କରିବ ଦଳ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । କାଲି ସବୁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ୧୬ ତାରିଖରେ ସବୁ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଦଳ । ଚଳିତବର୍ଷ କେନ୍ଦ୍ର ରାଜ୍ୟରୁ ଉଷୁନା ଧାନ ଉଠାଇବା ପରିମାଣ କମାଇଦେଇଛି । ଏହାଦ୍ୱାରା ଚାଷୀକୂଳ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଉଳ ଉଠାଇବା କମିଲେ ଚାଷୀ ପ୍ରଭାବିତ ହେବେ । ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଉଠାଯାଉଥିବାବେଳେ ଏବେ ୪ ଲକ୍ଷ ମେଟ୍ରିକ୍ ଟନକୁ କମାଇଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ୫ କେଜି ଚାଉଳ କାଟି ଦିଆଯାଇଛି । ଏହା ସହିତ କେନ୍ଦ୍ର ସରକାର ବକେୟା ୧୪ ହଜାର କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରୁନାହାଁନ୍ତି ।
ଅନ୍ୟପଟେ ରାଜ୍ୟରେ ଆଇନଶୃଙ୍ଗଳା ସ୍ଥିିତିକୁ ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ହରତାଳ କରୁଛି । ବିଭିନ୍ନ ଘଟଣାକୁ ନେଇ ବିଜେପି ନେତା, କର୍ମୀଙ୍କ ନାରାବାଜିରେ କମ୍ପୁଛି ଭୁବନେଶ୍ୱର । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ଦଳ ।

LEAVE A REPLY

Please enter your comment!
Please enter your name here