ନବ ଦାସ ହତ୍ୟାକାରୀ ଗୋପାଳ ଏବେ ଚୌଦାର ଜେଲରେ ରହିଛି । ଜେଳକୁ ଆସିବା ପରଠାରୁ ସେ ଚୁପ ହୋଇ ବସୁଛି । ତାକୁ ଯେତିକି ପଚରାଯାଉଛି ସେ ସେତିକି ହିଁ କହୁଛି । ସବୁବେଳେ ଗୁମସୁମ ରହୁଛି । ଜେଲରେ ଅନ୍ୟ କାହା ସହ କଥା ହେଉନାହିଁ ଗୋପାଳ । ଚୌଦାର ଜେଲରେ ଥିଲେ ମଧ୍ୟ ଏଯାଏଁ ତାକୁ କେହି ଦେଖା କରିବାକୁ ଆସିନାହାଁନ୍ତି । ଜେଲର ଯାହା ରୁଟିନ୍ ରହିଛି ସେଇ ଅନୁସାରେ ସେ ଖାଦ୍ୟ ଖାଉଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଝାରସୁଗୁଡା ଜେଲରୁ ଚୌଦାର ଜେଲ ଅଣାଯାଇଛି । ଜେଲରେ ସ୍ୱତନ୍ତ୍ର ସେଲରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ଏବଂ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଗୋପାଳ କୋର୍ଟରେ ହାଜର ହେବ ।

LEAVE A REPLY

Please enter your comment!
Please enter your name here