ଆଜି କଳା ପୋଷାକ ପିନ୍ଧି କଂଗ୍ରେସ କରୁଛି ପ୍ରଦିବାଦ । ଦେଶବ୍ୟାପୀ ରାହୁଲ ତାତି । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ସତ୍ୟାଗ୍ରହ କରୁଛି କଂଗ୍ରେସ । ଆଜି ଦଳ ପକ୍ଷରୁ କଳା ପୋଷାକ ପିନ୍ଧି ପ୍ରତିବାଦ କରାଯାଉଛି । ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତିଠାରୁ ବିଜୟ ଚୌକ ଯାଏଁ ରାଲି କରିବେ କଂଗ୍ରେସ ନେତା । ତା ପୂର୍ବରୁ ସଂସଦ ଭବନରେ ବିରୋଧୀଙ୍କ ବୈଠକ ବସି ଆଲୋଚନା ହୋଇଛି ।
ସେହିପରି କଳା ପୋଷାକ ପିନ୍ଧି ପାର୍ଲାମେଣ୍ଟ ରେ ପହଁଞ୍ଚିଛନ୍ତି ବିରୋଧୀ ସାଂସଦ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୂର୍ବତନ ଅକ୍ଷ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୂଖ । କଳା ପୋଷାକରେ ସଂସଦରେ ପହଁଞ୍ଚି ପ୍ରତିବାଦ କରିଛନ୍ତି । ପାର୍ଲାମେଣ୍ଟ ପରିସରରେ ବସିଥିବା ବିରୋଧୀଙ୍କ ବୈଠକରେ ଟିଏମସି, ଶିବସେନା ସମେତ ତମାମ ବିରୋଧୀ ଦଳ ବୈଠକରେ ଆଗାମୀ ରଣନୀତିକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୂତ ହୋଇଛି ।
ସେପଟେ ଚେନ୍ନାଇରେ ମଧ୍ୟ କଂଗ୍ରେସର ବିଧାୟକମାନେ କଳା ପୋଷାକ ପିନ୍ଧି ବିଧାନସଭାରେ ପହଁଞ୍ଚିବା ସହିତ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି ।

LEAVE A REPLY

Please enter your comment!
Please enter your name here