ୟୁପିଏସସି ପରିଚାଳିତ 2022 ସିଭିଲ ସର୍ଭିସେସ ପରୀକ୍ଷା ଫଳ ପ୍ରକାଶ ପାଇଛି । ନଏଡାର ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ସଫଳତାର ଶୀର୍ଷରେ ଥିବା ପ୍ରଥମ ଚାରୋଟି ଯାକ ସ୍ଥାନରେ ଝିଅମାନେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥି ଓ ଚତୁର୍ଥ ସ୍ଥାନରେ ଅଛନ୍ତି ସ୍ମୃତି ମିଶ୍ର । ମୋଟ 933 ଜଣ ପରୀକ୍ଷାର୍ଥୀ ଚଳିତବର୍ଷ କୃତକାର୍ଯ୍ୟ ହୋଇଥିବା ବେଳେ ଓଡିଶାରୁ 28 ଜଣ ଅଛନ୍ତି । ପ୍ରଥମ ଶହେ ରାଙ୍କ ଭିତରେ ଓଡିଶାରୁ 9 ଜଣ ଅଛନ୍ତି । ପ୍ରଥମ ଶହେ ରାଙ୍କ ଭିତରେ ଥିବା ଓଡିଆ ପରୀକ୍ଷାର୍ଥୀମାନେ ହେଲେ – ଅରୁଣ ପଟ୍ଟନାୟକ ମାଦଳା 33 ନମ୍ବର ରାଙ୍କ, 38 ନମ୍ବର ରାାଙ୍କରେ ଅନୁପ ଦାସ, 42ରେ ପ୍ରଣିତା ଦାସ, 58ରେ ଦୀକ୍ଷିତା ଯୋଶୀ, 67ରେ କୃତିକା ମିଶ୍ର, କସ୍ତୁରୀ ପଣ୍ଡା, 73ରେ ପଲ୍ଲବୀ ମିଶ୍ର ଏବଂ 97 ରାଙ୍କରେ ପ୍ରଶାନ୍ତ ରାଜ୍ ।
ଆଇଏଏସ ପରୀକ୍ଷାରେ ସଫଳ ହୋଇଥିବା ଭଦ୍ରକର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ କହିଛନ୍ତି, ପ୍ରଶାସନିକ ସେବା ପ୍ରତି ତାଙ୍କ ମନରେ ଅହେତୁକ ଆଗ୍ରହ ରହିଛି । ଏବେ ଆଇଏଏସ ପାଇବା ପରେ ସେ ବହୁତ ଖୁସି ଅଛନ୍ତି ।
ସିଭିଲ ସର୍ଭିସେସରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ 180 ଜଣ ଆଇଏଏସ ପାଇଥିବା ବେଳେ 38 ଜଣ ଆଇଏଫଏସ ଏବଂ 200 ଜଣ ଆଇପିଏସ ପାଇଛନ୍ତି । ବାକି ସମସ୍ତ ପରୀକ୍ଷାର୍ଥୀ ସେଣ୍ଟ୍ରାଲ ସର୍ଭିସେସ ଗ୍ରୁପ ଏ ଓ ଗ୍ରୁପ ବିରେ ନିଯୁକ୍ତି ପାଇବେ ।

LEAVE A REPLY

Please enter your comment!
Please enter your name here