ଚାରିଦିନ ଧରି ଚାଲିଛି ଚଢାଉ । ଯେତେ ଖୋଳତାଡ କଲେ ବାହାରୁଛି ଟଙ୍କା । ଆୟକର ବିଭାଗ ପକ୍ଷରୁ ଡିଏନ୍ ଗ୍ରୁପ ଉପରେ ଚଢାଉ କରାଯାଇ ଏପର୍ଯ୍ୟନ୍ତ 32 କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଥିବା ବେଳେ ଆଜି ଆଉ ଅଢେଇ କୋଟି ଟଙ୍କା ବାହାରିଛି । ଆୟକର ବିଭାଗ ପକ୍ଷରୁ ଡିଏନ ଗ୍ରୁପ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକଙ୍କୁ ପଚରାଉଚରା ଜାରି ରଖିଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ଟଙ୍କା ଆସିବାର ଉତ୍ସ ଖୋଜୁଛି ବିଭାଗ । ଡିଏନ ଗ୍ରୁପର ଆଇନଗତ ପରାମର୍ଶଦାତା କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ତିନି ଟ୍ରଙ୍କ ଟଙ୍କା ବାହାରିବା ପରେ ଆଜି ଡିଏନ ଗ୍ରୁପର ଆଇଆରସି ଭିଲେଜ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଭିତରେ ଉଭୟଙ୍କୁ ମୁହାଁମୁହିଁ ଜେରା କରୁଛନ୍ତି ବିଭାଗୀୟ ଅଧିକାରୀ । ବିଜେପି ଓ କଂଗ୍ରେସ ଡିଏନ ଗ୍ରୁପରୁ ମିଳିଥିବା ବିପୁଳ ଟଙ୍କା ପଛରେ ଶାସକ ବିଜେଡି ଦଳର ସଂପର୍କ ରହିଛି ବୋଲି ଅଭିଯୋଗ କରିଛନ୍ତି । କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ଆଇନ ତା ବାଟରେ କାମ କରିବ । ଏଥିରେ ବିଜେଡିର ହାତ ନାହିଁ ।

LEAVE A REPLY

Please enter your comment!
Please enter your name here