ଏବେ ଆତଙ୍କ ଖେଳାଇଛି ସ୍କ୍ରବ୍ ଟାଇଫସ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍କ୍ରବ ଟାଇଫସ୍ କାମୁଡାରେ ଆଖି ବୁଜିଲେଣି 5 ଜଣ ଷ ସେହିପରି ହିମାଚଳ ପ୍ରଦେଶରେ 9 ଜଣଙ୍କ ମୃତ୍ୟୁ ହେଲାଣି । ଓଡିଶାରେ ଏହି ଭୁତାଣୁ ଦ୍ବାରା ପ୍ରାଣ ହରାଇଥିବା ପାଞ୍ଚଜଣ ଯାକ ବରଗଡ ଜିଲ୍ଲାର । ସୋହେଲା ବ୍ଲକରୁ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଅତାବିରା, ଭେଡେନ ଓବରପାଲିରୁ ଜଣେ ଲେଖାଁଏ ରୋଗୀ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ 11ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ତୁରନ୍ତ ରୋଗର ଚିକିତ୍ସା ନ କଲେ ଏହା ରୋଗୀ ପାଇଁ ଘାତକ ହେଉଛି ।
ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ବରେ ଏକ ମେଡିକାଲ ଟିମ୍ ବରଗଡ ଜିଲ୍ଲା ଗସ୍ତ କରି ସ୍କ୍ରବ ଟାଇଫସ୍ ରୋଗର ନିରାକରଣ ସଂପର୍କରେ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଦିନକୁ ଦିନ ଏଙି ରୋଗର ପ୍ରକୋପ ବଢୁଥିବାରୁ ଏହି ଭୂତାଣୁ ସଂସ୍ପର୍ଶରେ ଆଶୁଥିବା ରୋଗୀଙ୍କୁ ବଞ୍ଚାଇବା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବ, ସେସଂପର୍କରେ ଏହି ଟିମ୍ ଅନୁଧ୍ୟାନ କରିବ । ବିଶେଷକରି ବଲାଙ୍ଗୀର, ସୁନ୍ଦରଗଡ ଓ ବରଗଡ ଜିଲ୍ଲାରେ ଏହି ଭୂତାଣୁଜନିତ ରୋଗ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ଏହା ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ।