ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଇଲେକ୍ସନ ଟ୍ରେଣ୍ଡରେ ପଛରେ ପଡିଯାଇଛନ୍ତି । ବଲାଙ୍ଗୀର କଣ୍ଟାବାଞ୍ଝି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ପଛରେ ପଡିଯାଇଛନ୍ତି । ତେବେ ନବୀନଙ୍କୁ ଟକ୍କର ଦେଇଛନ୍ତି ବିଜେପି ପ୍ରାର୍ଥୀ ଲକ୍ଷ୍ଣଣ ବାଗ୍ । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଲକ୍ଷ୍ମଣ ବାଗ୍ ନବୀନଙ୍କଠୁ 1100 ରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ବହୁ ପଛରେ ପଡିଯାଇଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଓ କଣ୍ଟାବାଞ୍ଝି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ସେ ଲଗାତର ଭାବେ ହିଂଜିଳି ବିଧାନସଭା ଆସନରେ ନିର୍ବାଚନ ଜିତି ଆସୁଥିବା ବେଳେ ଏଥର ପ୍ରଥମ ଥର ପାଇଁ କଣ୍ଟାବାଞ୍ଝିରେ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here