ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ ବୁଧବାର ତିନ ତଲାକ ଅଧ୍ୟାଦେଶକୁ ମଞ୍ଚୁରୀ ଦେଇଛନ୍ତି । ଏହି ବିଲ୍ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍ ହୋଇପାରିନଥିଲା । ଏହି ବିଲ ଉପରେ ଆସନ୍ତା ୬ମାସ ପାଇଁ ଅଧ୍ୟାଦେଶ ଲାଗୁ ରହିବ । ଏହାକୁ ପାସ କରିବା ଲାଗି ପୁଣିଥରେ ସଂସଦରେ ଉପସ୍ଥାପନ କରାଯିବ । ଭାଜପା ସରକାର ଏହି ବିଲ୍ ପାସ କରିବା ପାଇଁ ଜୋରଦାର ଉଦ୍ୟମ କରୁଥିଲେ ମଧ୍ୟ କଂଗ୍ରେସ ଏବଂ ବିରୋଧି ଦଳ ଏଥିରେ ସହମତି ପ୍ରକାଶ କରିନଥିଲେ । ପରବର୍ତ୍ତୀ ସମୟରେ ଭାଜପା ସରକାର ଏଥିରେ କେତେକ ପରିବର୍ତ୍ତନ ମଧ୍ୟ ଆଣିଥିଲେ । ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲେ ମଧ୍ୟ ବଜେଟ ତଥା ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ପାସ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here