ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯାଇଛି । ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାମଚନ୍ଦ୍ର କାଡାମ ବିଧାୟକ ଦଳର ନେତୃତ୍ବ ନେବେ । ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେସନ ବସୁଥିବାରୁ ଆଜି ଦଳ ଏହି ଘୋଷଣା କରିଛି । ସେହିପରି ଉପନେତା ଭାବେ ବିଧାୟକ ଅଶୋକ ଦାସ କାର୍ଯ୍ୟ କରିବେ । ଦଳର ମୁଖ୍ୟ ସଚେତକ ଭାବେ ସି.ଏସ. ରାଜନ ଏକ୍କାଙ୍କୁ ଚୟନ କରାଯାଇଛି । ନିର୍ବାଚନ ଫଳ ଘୋଷଣାର ଦେଢମାସ ପରେ ବି କଂଗ୍ରେସ ବିଧାୟକ ଦଳ ନେତା ବାଛି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିଲା । ଏପରିକି ଆସନ୍ତାକାଲି ବିଧାନସଭା ପାଇଁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ କଂଗ୍ରେସ ଅନୁପସ୍ଥିତ ରହିଥିଲା ।

LEAVE A REPLY

Please enter your comment!
Please enter your name here