କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟରେ ନୂଆ ଆୟକର ସ୍ଲାବ୍ ଘୋଷଣା କରାଯାଇଛି । ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ । କିନ୍ତୁ ତିନିଲକ୍ଷରୁ ସାତ ଲକ୍ଷ ଟଙ୍କା ପର୍ଯ୍ୟ ଆୟ ଉପରେ ପାଞ୍ଚ ପ୍ରତିଶତ ଆୟକର ଦେବାକୁ ପଡିବ । 7 ଲକ୍ଷରୁ 10 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 10 ପ୍ରତିଶତ ଟିକସ ଦେବାକୁ ପଡିବ । 10 ଲକ୍ଷରୁ 12 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 15 ପ୍ରତିଶତ, 12 ରୁ 15 ଲକ୍ଷ ଆୟ ଉପରେ 20 ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି । 15 ଲକ୍ଷରୁ ଅଧିକ ଆଯ ଉପରେ 30 ପ୍ରତିଶତ ଟିକସ ଦେବାକୁ ହେବ । ତେବେ ନୂଆ ବଜେଟରେ ଆୟକର ଦାତାଙ୍କ ପାଇଁ ଖୁସି ଖବର ହେଉଛି, ଷ୍ଟାଣ୍ଡାର୍ଜ ଡିଡକସନ ପରିମାଣ 50 ହଜାର ଟଙ୍କାର 75 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here