ରାଜ୍ୟରେ କ୍ଷମତାକୁ ଆସିଥିବା ମୋହନ ମାଝୀଙ୍କ ସରକାର ଆଜି ବିଧାନସଭାରେ ପ୍ରଥମ ବଜେଟ ଉପସ୍ଥାପନ କରିଛି । 2.65 ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ମୋହନ ମାଝୀଙ୍କ ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ ପାଇଁ ଚେଷ୍ଠା କରିଛନ୍ତି । ବଜେଟରେ 2029 ସୁଦ୍ଧା ଉତ୍କର୍ଷ ଉତ୍କଳର ନୂଆ ସ୍ବପ୍ନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର । 2029 ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଏବଂ ଦୁଇ ବିଲିଅନ ଡଲାରର ବିଦେଶୀ ପୁଞ୍ଜିନିବେଶ ପାଇଁ ଲକ୍ଷ ରଖିଛନ୍ତି ।

ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଚଳିତ ବଜେଟରେ ରାଜ୍ୟ ସରକାର 42 ହଜାର 495 କୋଟି ଟଙ୍କାର ଋଣ ଉଠାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ମୁଣ୍ଢ ଉପରେ 96 ହଜାର 310 କୋଟି ଟଙ୍କାର ଋଣବୋଝ ରହିଛି ।

LEAVE A REPLY

Please enter your comment!
Please enter your name here