ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ବିଜୟ ସହ ଏସିଆ କପ୍ ଅଭିଯାନକୁ ଆରମ୍ଭ କରିଛି. ତେବେ ଏହି ମ୍ୟାଚରେ ଶିଖର ଧାୱନ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ବନିଯାଇଥିଲେ. ଶିଖରଙ୍କ ଧୂଆଁଧାର ଶତକ ବଳରେ ଭାରତ ଏହି ମ୍ୟାଚକୁ ଜିତିବାରେ ସଫଳ ହୋଇଛି. ଭାରତ 26 ରନରେ ହଂକଂକୁ ପରାସ୍ତ କରିଛି.  ଭାରତ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 285 ରନ୍ କରିଥିଲା. ଧାୱନ 127, ରାୟୁଡୁ 60 ରନ୍ କରିବାରେ ସକ୍ଷମ ହୋଇଥିଲେ. ହଂକଂ ବିନା ୱିକେଟରେ ୧୭୪ ରନ୍ କରିଥିଲା. ହେଲେ ଭାରତୀୟ ସ୍ପିନର ହଂକଂକୁ ମାତ୍ର 259 ରନରେ ସୀମିତ ରଖିଦେଇଥିଲେ. ଯାହାଫଳରେ ଭାରତ 26 ରନରେ ମ୍ୟାଚକୁ ଜିତିନେଇଥିଲା.  ତେବେ ଆଜି ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏସିଆର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ. ଶେଷଥର ପାଇଁ ଉଭୟ ଦଳ ଇଂଲଣ୍ଡରେ ଆୟୋଜିତ ଚାମ୍ଫିଅନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହୋଇଥିଲେ. ଆଜିର ମୁକାବିଲା ଜୋରଦାର ଏବଂ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି.

 

LEAVE A REPLY

Please enter your comment!
Please enter your name here