ବାତ୍ୟା ଦାନା ପାଇଁ ରାଜ୍ୟରେ ବସ୍, ଟ୍ରେନ୍ ଓ ବିମାନ ସେବା ବ୍ୟାହତ ହୋଇଛି । 24 ଓ 25 ତାରିଖ ପାଇଁ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରୀମାନଙ୍କ ଅବଗତି ପାଇଁ ବିଭିନ୍ନ ରେଳଷ୍ଟେସନରେ ସୂଚନା କେନ୍ଦ୍ର ଖୋଲାଯାଇଛି । ସେହିପରି ଜରୁରୀକାଳୀନ ସୂଚନା ପାଇଁ ରେଳବିଭାଗ ପକ୍ଷରୁ ଯୋଗାଯୋଗ ନିମନ୍ତେ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ 89261-00356, ଖୋର୍ଦ୍ଧାରୋଡ -8926-100215, ଭୁବନେଶ୍ୱର – 81143-82371, କଟକ -81143-82359, ପାରାଦୀପ -81143-88302, ଯାଜପୁର ଓ କେନ୍ଦୁଝରରୋଡ଼ – 81143-82342 ଏବଂ ଭଦ୍ରକ ପାଇଁ 81143-82301 ନମ୍ବର ଜାରି କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ରେଳସେବା ସ୍ବାଭାବିକ କରିବା ପାଇଁ 9ଟି ଓ୍ୱାରରୁମ୍ ଖୋଳାଯାଇଛି ।

ସେହିପରି ଗୁରୁବାର ଅପରାହ୍ନରୁ ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଛି । ଆସନ୍ତା 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ବିମାନସେବା ବନ୍ଦ ରଖିବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ବାତ୍ୟା ଦାନାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ବସ୍ ସେବା ମଧ୍ୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here