ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭାରତୀଯ ସମୟ ଅପରାହ୍ନ ଚାରିଟାରୁ ମତଦାନ ଆରମ୍ଭ ହୋଇଛି । ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଡେମୋକ୍ରାଟିକ ପାର୍ଟିର କମଲା ହାରିସ୍ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ମୋଟ ଇଲେକ୍ଟୋରାଲ କଲେଜ 538 ରହିଥିବା ବେଳେ ଜିତିବା ପାଇଁ ମ୍ୟାଜିକ ନମ୍ବର ହେଉଛି 270 । ତେବେ ସାତଟି ସୁଇଁଷ୍ଟେଟ ମତଦାନ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି । ଆମେରିକାରେ 50ଟି ରାଜ୍ୟ ରହିଛି । ତେବେ ସାତଟି ସୁଇଁଷ୍ଟେଟର ମତଦାନ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରିଥାଏ । ଅନ୍ୟପକ୍ଷରେ ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଏକ କ୍ଷୁଦ୍ର ଅଞ୍ଚଳ ଡିକ୍ସଭିଲ୍ ନଚ୍ ରେ ଭୋଟରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ଇଲେକ୍ଟୋରାଲ କଲେଜରେ ଟ୍ରମ୍ପଙ୍କ ସମପକ୍ଷରେ ତିନୋଟି ଭୋଟ ପଡିଥିବା ବେଳେ କମଲା ହାରିସଙ୍କ ସପକ୍ଷରେ ତିନୋଟି ଭୋଟ ରହିଛି ।