ଗାଁ ଶ୍ମଶାନରେ ଜଳିଛି ଆତଙ୍କୀ ଗୁଳିରେ ଟଳିଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥିଙ୍କ ଚିତା । ଛଳଛଳ ଆଖିରେ ଅଶ୍ରୁଳ ବିଦାୟ ଜଣାଇଛି ଜନ୍ମମାଟି । ୯ ବର୍ଷର ପୁଅ ମୁଖାଗ୍ନି ଦେଇ ବାପାଙ୍କୁ ଦେଇଛି ଶେଷବିଦାୟ । ସକାଳୁ ସକାଳୁ ପ୍ରଶାନ୍ତଙ୍କ ମରଶରୀର ବାଲେଶ୍ୱର ଇସାଣୀ ଗାଁରେ ପହଁଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା ଗାଁ । ପୁଅକୁ ପାଇ ଧର୍ଯ୍ୟହରା ହୋଇଯାଇଥିଲା ପୁରା ପରିବାର । କାନ୍ଦ ବୋବାଳିରେ ଗାଁ ଯେମିତି ଫାଟି ପଡୁଥିଲା । ସ୍ୱାମୀଙ୍କୁ ବିଦାୟଦେବାବେଳେ କୋଳରେ ଲୋଟିପଡୁଥିଲେ ପତ୍ନୀ ।
ଅନ୍ୟପଟେ ଇସାଣୀ ଗାଁରେ ପହଁଞ୍ଚି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମୋହନ ଚରଣ ମାଝୀ । ପରିବାରକୁ ଦେଇଥିଲେ ସମବେଦନା । ୨୦ ଲକ୍ଷର ସହାୟତା ରାଶି ସହ ପ୍ରଶାନ୍ତଙ୍କ ସ୍ତ୍ରୀକୁ ସରକାରୀ ଚାକିରୀ , ପୁଅର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ପ୍ରଶାନ୍ତଙ୍କ ଗାଁ ବାଲେଶ୍ୱର ଇସାଣୀ ଗାଁରୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here