ଭୁବନେଶ୍ୱରରେ ଅଛନ୍ତି ପାକିସ୍ତାନୀ ନାଗରିକ । ଭିସା ସରିବା ପରେ ବି ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି । ପାକିସ୍ତାନୀଙ୍କୁ ଖୋଜି ବିଦା କରିବାକୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ ପରେ ଏବେ ଜଣେ ପାକିସ୍ତାନୀ ମହିଳା ଭୁବନେଶ୍ୱରରେ ଥିବା ସୂଚନା ମିଳିଛି । ସମ୍ପୃକ୍ତ ପାକିସ୍ତାନୀ ମହିଳା ଦୀର୍ଘ ୨୦୦୮ ମସିହାରୁ ଦୀର୍ଘ ମିଆଦି ଭିସାରେ ଭୁବନେଶ୍ୱରରେ ରହୁଛନ୍ତି । ଜଣେ ଓଡିଆଙ୍କୁ ବିବାହ କରିବା ସହ ଦୀର୍ଘ ମିଆଦି ଭିସାରେ ରହିଥିବା ସୂଚନା ମିଳିଛି । ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କର ଭିସା ଅବଧି ୨୦୨୪ ରେ ଶେଷ ହୋଇଯାଇଛି । ଗତକାଲି ପ୍ରକୀୟା ଆରମ୍ଭ ହୋଇଥିଲା କି, ଓଡିଶାରେ ଯେଉଁ ୧୨ ପାକିସ୍ତାନୀ ରହିଛନ୍ତି , ସେମାନେ କିଭଳି ଦେଶ ଛାଡିବେ ତାକୁ ନେଇ ନୋଟିସ୍ ଦେବା ପକ୍ରୀୟା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here