ଓଡ଼ିଆ ପରମ୍ପରାକୁ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତିୟାରେ କ୍ଷେତରେ ହଳ କରି ଧାନ ବୁଣିଛନ୍ତି ମୋହନ ମାଝୀ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୁଳ କରିଛନ୍ତି । ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଖରିଫ ଚାଷ ପାଇଁ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି ସରକାର । ୫୦ ଲକ୍ଷ ଉର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here