ପ୍ରଥମବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ କେତେକ ନୂଆ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନା ଅଧିନରେ ରାଜ୍ୟର ସହରାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରାଯିବ । ସହରାଞ୍ଚଳର ଭିତ୍ତିଭୂମି ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ । ଆସନ୍ତା 2029-30 ସୁଦ୍ଧା ଏହି ଯୋଜନାରେ 6 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 2025-26 ଆର୍ଥିକ ବର୍ଷରେ ଏହି ଯୋଜନାରେ 1100 କୋଟି ଟଙ୍କା ଖର୍ଚ୍ଚ ହେବ । ସହରାଞ୍ଚଳ ଭିତ୍ତିଭୂମି ବିକାଶ ଯୋଜନାରେ କଲ୍ୟାଣମଣ୍ଡପ, ବହୁମୁଖୀ ସଭାଗୃହ, ଶ୍ମଶାନ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ପ୍ରଭୃତି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିସହିତ ପାଞ୍ଚ ହଜାରରୁ ଅଧିକ ବନୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନାରେ ଗୁରୁତ୍ବ ଦିଆଯାଇଛି ।
ଏହାବ୍ୟତୀତ ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛି । ସରକାର ଆଘତ କରିଥିବା ପାଞ୍ଚଟି ପ୍ରସ୍ତାବ ମଧ୍ୟରୁ ଚାରୋଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।