କିଛି ଦିନ ପୂର୍ବରୁ, ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ୍-୪ ମିସନ୍ ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସଫଳତାର ସହ ଯାତ୍ରା କରିଥିଲେ । ଏବେ ଆଉ ଜଣେ ଭାରତୀୟ ଆଇଏସଏସ୍‌ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକାର ମହାକାଶ ଏଜେନ୍ସି ନାସା ଅନୀଲ ମେନନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇବା ଯୋଜନା ଘୋଷଣା କରିଛି । ଅନୀଲ ମେନନ୍‌ ଭାରତ ସହିତ ଜଡ଼ିତ, ତେଣୁ ଏହା ଭାରତ ପାଇଁ ଦ୍ୱିଗୁଣିତ ଖୁସିର ଅବସର । ନାସା ଭାରତୀୟ ମହାକାଶଚାରୀ ଅନୀଲ ମେନନଙ୍କୁ ତାଙ୍କର ପ୍ରଥମ ମହାକାଶ ଅଭିଯାନରେ ପଠାଇବ ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରିଛି । ନାସା ଘୋଷଣା କରିଛି, ମେନନ ଜୁନ ୨୦୨୬ରେ ରୁଷର ସୋୟୁଜ ଏମ୍‌ଏସ୍‌-୨୯ ମହାକାଶଯାନରେ କାଜାଖସ୍ତାନର ବୈକୋନୁର କସମୋଡ୍ରୋମରୁ ଯାତ୍ରା ଆରମ୍ଭ କରିବେ । ଅନୀଲ ରୁଷର ମହାକାଶଯାତ୍ରୀ ପିୟୋଟର ଓ ଆନାଙ୍କ ସହ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ ମହାକାଶ ଯିବେ ଅନୀଲ ସେଠାରେ ପ୍ରାୟ ଆଠ ମାସ କାର୍ଯ୍ୟ କରିବେ ମେନନ ବୈଜ୍ଞାନିକ ଗବେଷଣା ଓ ନୂତନ ପ୍ରଯୁକ୍ତି ପରୀକ୍ଷଣ କରିବେ ଯାହା ଭବିଷ୍ୟତ ମହାକାଶ ଅଭିଯାନ ଓ ମାନବଜାତିର କଲ୍ୟାଣ ପାଇଁ ସହାୟକ ହେବ ।

ସ୍ପେସଏକ୍ସର ପ୍ରଥମ ଫ୍ଲାଇଟ୍‌ ସର୍ଜନ୍‌ ଭାବେ ଡେମୋ-୨ ମିସନରେ ମେନନଙ୍କ ଅବଦାନ ରହିଥିଲା । ଅନୀଲଙ୍କ ପତ୍ନୀ ଆନା ମେନନ ମଧ୍ୟ ସ୍ପେସଏକ୍ସରେ ଲିଡ୍‌ ସ୍ପେସ ଅପରେସନ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ଅନୀଲଙ୍କ ମିଶନ, ମହାକାଶ ମିଶନ ପାଇଁ ମଣିଷକୁ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ଏବଂ ବୈଷୟିକ ତଦନ୍ତ କରିବେ । ମେନନଙ୍କୁ ୨୦୨୧ ମସିହାରେ ନାସା ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା । ଅନିଲ ୨୦୨୪ ମସିହାରେ ୨୩ତମ ମହାକାଶଚାରୀ ଦଳ ସହିତ ତାଙ୍କର ତାଲିମ ସମାପ୍ତ କରିବେ । ଅନୀଲ ତାଙ୍କର ପ୍ରଥମ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here