ଆସନ୍ତାକାଲି ଠାରୁ କଟକରେ ଘରୋଇ ବସ୍ ଚଳାଚଳ ହୋଇପାରେ ସ୍ଵାଭାବିକ । ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ତେଣୁ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।

ଲାଗାତାର ୪ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ କରିଛି ଡ୍ରାଇଭର ମହାସଂଘ ।ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ବାହାରୁନି ନିଷ୍କର୍ଷ । ଡ୍ରାଇଭରଙ୍କ ୭ ଦଫା ଦାବି ପୂରଣ ନହେବା ଯାଏଁ ଧାରଣାରୁ ନଉଠିବାକୁ ଚେତାବନୀ ଦେଇଛି ମହାସଂଘ । ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here