ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି ।ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କଲା ଅବତରଣ ।ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନ ଥିବା ଜଣାପଡ଼ିଛି।
ଦିଲ୍ଲୀରୁ ଗୋଆର ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିବା ଫ୍ଲାଇଟ୍ 6E 6271ରେ ଏକ ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହୋଇଥିଲା। ନିୟମାନୁସାରେ, ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଅବତରଣ କରାଯାଇଛି।
ମୁଖପାତ୍ର ଆହୁରି କହିଛନ୍ତି ଯେ, ବିମାନଟି ପୁନଃ ଚାଲୁ ହେବା ପୂର୍ବରୁ ଆବଶ୍ୟକୀୟ ଯାଞ୍ଚ ଓ ମରାମତି କରାଯିବ ଏଵଂ ଯାତ୍ରୀମାନଙ୍କୁ ଗୋଆ ପହଞ୍ଚାଇବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି, ଯାହା ଶୀଘ୍ର ଯାତ୍ରା ଆରମ୍ଭ କରିବ। ଇଣ୍ଡିଗୋ ତରଫରୁ ଏକ ବିବୃତିରେ କୁହାଯାଇଛି, “ଏହି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଇଣ୍ଡିଗୋରେ ଯାତ୍ରୀ, କ୍ରୁ ଓ ବିମାନର ସୁରକ୍ଷା ଓ ନିରାପତ୍ତା ହେଉଛି ଆମର ପ୍ରମୁଖ ଅଗ୍ରାଧିକାର।













