ପଞ୍ଜାବର ଅମୃତସର ସ୍ୱର୍ଣ୍ଣମନ୍ଦିରକୁ ବୋମାରେ ଉଡ଼ାଇବା ଧମକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ସମ୍ପର୍କରେ ହରିୟାଣାର ଫରିଦାବାଦରୁ ଜଣେ ସଫ୍ଟୱେର୍ ଇଞ୍ଜିନିୟରକୁ ଗିରଫ କରାଯାଇଛି, ଯାହାଙ୍କ ନାମ ଶୁଭମ୍ ଦୁବେ ବୋଲି କୁହାଯାଉଛି।୧୪ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC)କୁ ପଠାଯାଇଥିବା ଧମକପୂର୍ଣ୍ଣ ଇ-ମେଲ୍ ବିଷୟରେ ତାଙ୍କୁ ପଚରାଉଚରା କରାଯାଉଛି।

ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି, ୧୪, ୧୫ ଓ ୧୬ ଜୁଲାଇରେ SGPCକୁ ଏକାଧିକ ଇ-ମେଲ୍ ମାଧ୍ୟମରେ ଦରବାର ସାହିବକୁ ବୋମାରେ ଧ୍ୱଂସ କରିବା ଧମକ ଦିଆଯାଇଥିଲା। ମେଲ୍‌ଗୁଡିକରେ କେବଳ ସ୍ୱର୍ଣ୍ଣମନ୍ଦିର ନୁହେଁ, ଦିଲ୍ଲୀର କିଛି ସ୍କୁଲ୍ ଓ ତାମିଲନାଡୁର କିଛି ସଂସ୍ଥାର ନାମ ମଧ୍ୟ ଥିଲା।

ଗିରଫ ହୋଇଥିବା ଶୁଭମ୍ ଦୁବେ ପୂର୍ବରୁ ଦୁଇଟି କମ୍ପାନୀରେ କାମ କରିଥିଲେ କିନ୍ତୁ ବର୍ତ୍ତମାନ ବେରୋଜଗାର। ପୋଲିସ ତାଙ୍କ ପାଖରୁ ଏକ ଲାପଟପ୍ ଓ ମୋବାଇଲ୍ ଜବତ କରିଛି। କମିଶନରଙ୍କ କଥାଅନୁସାରେ, ଶୁଭମଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ।

ବର୍ତ୍ତମାନ ପୋଲିସ ଏହା ଖୋଜିବାକୁ ଚେଷ୍ଟା କରୁଛି ଯେ, ଏହା କେବଳ ଏକ ସାଇବର ଆକ୍ରମଣ ଥିଲା କିମ୍ବା ପଛରେ କୌଣସି ଏକ ସଂଗଠିତ ଗ୍ରୁପ୍ କିମ୍ବା ସଂଗଠୀତ ଗୋଷ୍ଠୀର ଷଡଯନ୍ତ୍ର ଅଛି କି?

LEAVE A REPLY

Please enter your comment!
Please enter your name here