ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, DFO ଙ୍କର ଅନୁଗୁଳଠାରେ ଥିବା ୪ମହଲା କୋଠା, ଅନୁଗୁଳ ବନ୍ତଳାରେ ଥିବା ପୈତୃକ ଘର, ଜଗନ୍ନାଥପୁରରେ ଥିବା ଶ୍ୱଶୁରଙ୍କ ଘର, କେନ୍ଦୁଝର କେନ୍ଦୁଲିଫ୍ କାର୍ଯ୍ୟାଳୟ, କେନ୍ଦୁଝର ସରକାରୀ ବାସଭବନ, ନୟାଗଡ଼ର କୋମଣ୍ଡାରେ ଥିବା ତାଙ୍କ ପୁଅଙ୍କ ଘର, ପୁଅର ନୟାଗଡ଼ ଜିଲ୍ଲା ନୂଆ କୋମଣ୍ଡାଠାରେ ଥିବା କାର୍ଯ୍ୟାଳୟରେ ଭିଜିଲାନସ୍ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି । ଏହାସହ DFO ନିତ୍ୟାନନ୍ଦ ନାୟକଙ୍କ ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ ହେବା ସହିତ ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଛି । ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା ସହ ୧ ଲକ୍ଷ ୧୯ ହଜାର ଟଙ୍କା ଠାବ କରାଯାଇଛି । ଏବେବି ଯାଞ୍ଚ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here