ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । ଯେତେ ଖୋଜିଲେ ମିଳୁଥିଲା ସେତେ ସମ୍ପତ୍ତି । ମୋଟ୍ ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ କରିଥିଲା । DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କର ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍ ଠାବ ହୋଇଥିଲା । ସେହିପରି ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍, ଝିଅ ନାଁରେ ୪ ପ୍ଲଟ୍ ଠାବ ହୋଇଛି । ଘରୁ ନଗଦ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଜବତ ହୋଇଛି । 500 ଟଙ୍କିଆ ବଣ୍ଡଲ, ପିସ୍ତଲ, ଧାରୁଆ ଅସ୍ତ୍ର ଏସବୁ ଜବତ କରିଛି ଭିଜିଲାନ୍ସ ।
ଆଲିସାନ ବଙ୍ଗଳା ଭିତରେ ଦାମି କାଠରେ ତିଆରି ଘରର ଇଣ୍ଟେରିୟର । ଗତକାଲି କୁବେର DFOଙ୍କର ୨ଟି ଠିକଣାରେ ଦ୍ଵିତୀୟ ଦିନରେ ହୋଇଥିଲା ଭିଜିଲାନସ୍ ଚଢ଼ାଉ । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ପଶିଥିଲା ଭିଜିଲାନସ୍ । ଆକାଉଣ୍ଟରେ ୩୭ ରୁ ୩୮ ଲକ୍ଷ ଟଙ୍କା ଜମା ଥିବା ଜଣା ପଡିଛି । ଏକାଧିକ ପାସବୁକ କାଗଜପତ୍ର ଜବତ କରିଥିଲା । 115ଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡିଥିଲା । ଅନୁଗୁଳ ରେ ଏକ ଫାର୍ମ ହାଉସ ଠାବ ହୋଇଛି । ଏକ ଏକର 50 ଡେସିମିଲର ଫାର୍ମ ହାଉସ ରହିଛି । ସେଥିରେ 1432 ସ୍କୋୟାରଫୁଟ୍ ର ଆଉଟ ହାଉସ, 314ସ୍କୋୟାର ଫୁଟ୍ ର ଏକ ଘର ମଧ୍ୟ ରହିଛି।














