ଏସିଆ କପ୍ ୨୦୨୫ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଖେଳାଯିବ । ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ, ଯାହା ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ସ୍ଥିର କରାଯାଇଛି । ସେହି ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯିବ ।୪ଟି ଦଳକୁ ଭିନ୍ନ ଭିନ୍ନ ଗ୍ରୁପରେ ରଖାଯାଇଛି । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ଅଛନ୍ତି । ଗ୍ରୁପ ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ ଅଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯିବ । ଭାରତର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ହେବ । ଭାରତର ଦ୍ୱିତୀୟ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ହେବ । ଭାରତ ତାର ତୃତୀୟ ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଓମାନ ବିପକ୍ଷରେ ଖେଳିବ ।














