ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଏଏସ ଅଧିକାରୀ ସୌରଭ ମହାପାତ୍ରଙ୍କ ପତ୍ନୀ । OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ସେ ଅଭିଯୋଗ କରିଛନ୍ତି। ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି । ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର।
ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (OSDMA)ରେ କାର୍ଯ୍ୟ କରନ୍ତି ସୌରଭ, ପୁତ୍ର ଜନ୍ମର ମାତ୍ର ଚାରି ଦିନ ପରେ ମେ ୧୦ରେ ଅର୍ଚ୍ଚନା ଓ ନବଜାତକକୁ ହସ୍ପିଟାଲରେ ଛାଡ଼ି ଚାଲିଯାଇଥିଲେ। ତା’ପରେ ସେ ସ୍ତ୍ରୀ ଓ ସନ୍ତାନଙ୍କ ସହ ଯୋଗାଯୋଗ ରଖି ନାହାନ୍ତି। ଅର୍ଚ୍ଚନା ଅଭିଯୋଗ କରିଛନ୍ତି, ମୋ ସ୍ୱାମୀ ମୋ ଫୋନ୍‌ ଓ ମେସେଜ୍‌ର ଉତ୍ତର ଦେଉନାହାନ୍ତି। ମୋ ଓ ମୋ ସନ୍ତାନ ପ୍ରତି ନିଷ୍ଠୁରତା କରାଯାଇଛି। ସେ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ଉପରେ ମଧ୍ୟ ମାନସିକ ହଇରାଣ ଓ ଅପମାନର ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here