ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ଘୋଷଣା କରିଛନ୍ତି, ଯାହା ପରେ ଦୁଇ ଦେଶର ବାଣିଜ୍ୟ ଓ ରଣନୈତିକ ସମ୍ପର୍କ ରେ ତିକ୍ତତା ଦେଖିବାକୁ ମିଲିଛି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଭାରତ ଆମେରିକା ସହିତ ସମତୁଳିତ ବାଣିଜ୍ୟ କରୁନାହିଁ ଓ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ କରୁଛି । ଟ୍ରମ୍ପ ଙ୍କ ଏହି ଘୋଷଣା ପରେ ଭାରତ, ଆମେରିକା ର ଏଫ-୩୫ ଯୁଦ୍ଧ ବିମାନ ନକିଣିବାକୁ ମନସ୍ଥ କରିଛି।
ଭାରତ ଆମେରିକାକୁ ଓଲଟା ଜବାବ ଦେଇ ଜଣାଇ ଦେଇଛି ଯେ, ଏବେ ଏଫ-୩୫ ଷ୍ଟିଲଥ ଲଢୁଆ ବିମାନ କିଣିବାକୁ ଆଉ ଆମର ଆଗ୍ରହ ନାହିଁ । ବ୍ଲୁମର୍ଗ ନିଜର ଏକ ରିପୋର୍ଟରେ ଏହାର ଖୁଲାସା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏହି ଜେଟ୍ କିଣିବା ପାଇଁ ଟ୍ରମ୍ପ ଭାରତକୁ ପ୍ରସ୍ତାବ ଦେଇଥିଲେ । ଏବେ ଭାରତ ସ୍ୱଦେଶୀ ଜ୍ଞାନ କୌଶଳ ଡିଜାଇନ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛି । ମୋଦୀ ସରକାର ଏମିତି ଏକ ପ୍ରତିରକ୍ଷା ମଡେଲର ସନ୍ଧାନରେ ଅଛନ୍ତି, ଯେଉଁଥିରେ ମେକ ଇନ ଇଣ୍ଡିଆ ଆଧାରରେ ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତରଣ ହୋଇ ପାରୁଥିବ । ଏହା ବାଦ୍ ଭାରତ ଆମେରିକାଠୁ ନିଜର ପ୍ରାକୃତିକ ଗ୍ୟାସ୍ ଆମଦାନୀ, ସଞ୍ଚାର ଉପକରଣ ଓ ସୁନା କ୍ରୟରେ ବୃଦ୍ଧି ଉପରେ ବିଚାର କରୁଛି, ଯଦ୍ୱାରା ଆଗାମୀ ତିନି ଚାରି ବର୍ଷରେ ଭାରତ-ଆମେରିକା ବାଣିଜ୍ୟ ମଧ୍ୟରେ ଥିବା ଅସନ୍ତୁଳନକୁ କମ କରାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here