ଭାରତ-ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଲଣ୍ଡନର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜି ହେଉଛି ଏହି ମ୍ୟାଚର ଦ୍ବିତୀୟ ଦିନ। ଏହି ମ୍ୟାଚର ପ୍ରଥମ ପାରିରେ ଭାରତୀୟ ଟିମ ୨୨୪ ରନରେ ଅଲଆଉଟ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁଭମନ ଗିଲ୍ ୨୧ ରନ କରିଥିଲେ । ଗତ ମ୍ୟାଚରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଡେଜା ମାତ୍ର ୯ ରନ କରିଥିଲେ । ତେବେ କରୁଣ ନାୟାର ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୭ ରନ କରିଥିବାବେଳେ ଧ୍ରୁବ ଜୁରେଲ ୧୯ ଓ ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here