AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ AIIMSରୁ ଆଜି ରାତିରେ ଅଣାଯିବ ନାବାଳିକାଙ୍କ ମୃତଦେହ । ରାତି ୯ଟା ରେ ଛାଡ଼ିବ ବିମାନ । ଏପଟେ ଗାଁକୁ ଆସିବ ଝିଅର ମରଶରୀର । ଝିଅର ମୃତ୍ୟୁ ଖବରରେ ସମସ୍ତେ ଅବାକ୍। କ୍ୟାମେରା ସାମ୍ନାରେ କିଛି କହିବାକୁ କାହାରି ପାଖରେ କିଛି ଶବ୍ଦ ନାହିଁ। କାନ୍ଦି କାନ୍ଦି ସମସ୍ତଙ୍କୁ ନିବେଦନ କରିଛନ୍ତି ବାପା। ସରକାର ସମସ୍ତ ସାହାଯ୍ୟ କରିଛନ୍ତି। କାହାକୁ ଦୋଷ ଦେଉନାହିଁ। ଭାଗ୍ୟରେ ଝିଅ ନ ଥିଲା। ଦୟାକରି ରାଜନୀତି ନ କରନ୍ତୁ।
ଗୋଟିଏ ପଟେ ପୀଡ଼ିତାଙ୍କ ମୃତ୍ୟୁକୁ ଥିଲା ରହସ୍ୟ ଅନ୍ୟପଟେ ଗତକାଲି ସ୍ପଷ୍ଟ କରିଥିଲେ ତାଙ୍କ ବାପା। ମାନସିକ ଚିନ୍ତା ଯୋଗୁଁ ଝିଅ ତାର ଜୀବନ ନେଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚି ପାରିଲା ନାହିଁ ।














