ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ ଶହେ ରୁ ଅଧିକ ଥର କଥାବାର୍ତ୍ତା ହୋଇଥିଲେ ନିହାର । ଯାହା ସନ୍ଦେହକୁ ବଢାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ରୁ ବାଟବଣା କରୁଥିଲେ ନିହାର। କ୍ରାଇମବ୍ରାଞ୍ଚ ପଚରାଉଚରା ସମୟରେ କହିଥିଲେ , ଲାପଟପରୁ କିପରି ପ୍ରଶ୍ନପତ୍ର ଚୋରି ହେଲା ମୁଁ ଜାଣିନି । କିନ୍ତୁ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରାଣାକୁ ପଚରା ଉଚରା ସମୟରେ ସତ ସାମନାକୁ ଆସିଥିଲା । ନିହାର ତାଙ୍କ ଲାପଟପର ଆକ୍ସେସ ଜିତନଙ୍କୁ ଦେଇଥିଲେ । ଏକଥା କ୍ରାଇମବ୍ରାଞ୍ଚ ଆଗରେ ସ୍ବିକାର କରିଛନ୍ତି ନିହାର । ଯେଉଁଥିରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର । ନିୟମ ଅନୁସାରେ ଉପସଭାପତି ଙ୍କ ପାଖକୁ ପ୍ରଶ୍ନ ପତ୍ର ଆସିବା ପରେ ପ୍ରୁଫ କରେକ୍ସନ ହେବା କଥା । ପରେ ପ୍ରଶ୍ନପତ୍ର କୁ ଲାପଟପରୁ ଡିଲିଟ କରିଦେବା କଥା । ହେଲେ ସେହି ପ୍ରଶ୍ନ ପତ୍ର କୁ ଡାଉନଲୋଡ଼ କରିବା ସହ ରିନେମ କରି ନିଜ ଲାପଟପରେ ରଖିଥିଲେ ଉପସଭାପତି।… ଲାପଟପ ରୁ ପ୍ରଶ୍ନ ନେଇ ଶିକ୍ଷକ ନେତା ବିଜୟ ମିଶ୍ର ଙ୍କୁ ଦୁଇ ଲକ୍ଷ 50 ହଜାର ଟଙ୍କା ରେ ବିକିଥିଲା ଜିତନ । ନିହାରଙ୍କ ଜାଣତରେ ଏସବୁ ଘଟିଥି୍ଲା ।
ପୂର୍ବରୁ 2022 ମସିହାରେ OTET ପରୀକ୍ଷା ପ୍ରଶ୍ନ ପତ୍ର ଲିକ ହୋଇଥିଲା । ସେଥିପାଇଁ ମାଲକାନଗିରି ଜିଲ୍ଲା ରେ ପରୀକ୍ଷା କୁ ବାତିଲ କରାଯାଇଥିଲା। ଏଥିରେ ମଧ୍ୟ ଜିତନ ଓ ଉପସଭାପତି ଙ୍କ ସମ୍ପୃକି ଥିବା ଜଣାପଡିଛି । ପୂର୍ବ ସରକାର ସମୟରେ ଏହାକୁ ମ୍ୟାନେଜ କରିଦିଆଯାଇ ଚାପି ଦିଆ ଯାଇଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହି ଘଟଣା ରେ ସବୁ ଦିଗକୁ ନେଇ ଏବେ ତଦନ୍ତ କରାଯାଉଛି । ଅଧିକ ତଦନ୍ତ ପାଇଁ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି, ଡାଟାଏଣ୍ଟ୍ରି ଅପରେଟର ଜିତନ ମହାରଣା , ଶିକ୍ଷକ ନେତା ବିଜୟ ମିଶ୍ର ଙ୍କୁ ରିମାଣ୍ଡ ରେ ଆଣିବ କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here