ଅପରେସନ୍ ସିନ୍ଦୂର’ ପରେ ଭାରତ ସହ ମୁହଁମୁହିଁ ହେବାର ସାହସ ହରାଇଛି ପାକିସ୍ତାନ। ଏବେ ନୂଆ ଚାଲ ଖେଳିବା ପ୍ରୟାସରେ ଅଛି। ଆମେରିକା ଶକ୍ତି ରେ ନିଜକୁ ଶକ୍ତିଶାଳି ଭାବି, ବାଂଲାଦେଶକୁ ମୋହରା ବନେଇ ଭାରତକୁ ପୂର୍ବଦିଗରୁ ଘେରିବା ଷଡଯନ୍ତ୍ର ଆରମ୍ଭ କରିଛି।
ପାକ୍ ସେନା ମୁଖ୍ୟ ଫିଲ୍ମ ମାର୍ଶଲ ଅସିମ ମୁନିର ଏହି ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । କୁହାଯାଉଛି ଯେ ଭାରତକୁ ଆଉ କେବଳ କାଶ୍ମୀର ପଟୁ ପାକିସ୍ତାନ ଘେରିବ ନାହିଁ । ଏଣିକି ପୂର୍ବ ପଟୁ ଘେରିବା ଲାଗି ମୁନିର ଚିନ୍ତା କରୁଛନ୍ତି । ବାଂଲାଦେଶର ଭାରତ ବିରୋଧୀ ଆଭିମୁଖ୍ୟ ଜେନେରାଲ ମୁନିରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ବାଂଲାଦେଶରେ ସରକାର ବଦଳିବା ପରେ ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୟୁନୁସ୍ ସରକାର ଲଗାତାର ଭାରତ ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଏହି ସୁଯୋଗରେ ବାଂଲାଦେଶ ପଟୁ ଭାରତ ଉପରେ ଆକ୍ରମଣ କରିବା ନେଇ ଚିନ୍ତା କରୁଛି ପାକିସ୍ତାନ ।
ପହଲଗାମ୍ ଆକ୍ରମଣ ପରେ କଠୋର ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯବାନଙ୍କ ଗୁଳିରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଟଳୁଛନ୍ତି । ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମୁସା ବି ନିହତ ହୋଇଛି । ଜମ୍ମୁକଶ୍ମୀରରେ ଭାରତୀୟ ସେନାଙ୍କ ସୁରକ୍ଷାବଳୟକୁ ଭେଦକରିପାରୁନଥିବା ପାକିସ୍ତାନ ଏବେ ଭାରତକୁ ଘେରିବା ପାଇଁ ବିକଳ୍ପ ରାସ୍ତା ଆପଣାଇଛି ।

ପାକ୍ ସେନା ମୁଖପାତ୍ର କହିଛନ୍ତି, ଭାରତ ଜାଣିରଖିବା ଆବଶ୍ୟକଯେ ଆମେ ଯେ କୌଣସି ସ୍ଥାନରୁ ଭାରତ ଉପରେ ଆକ୍ରମଣ କରିପାରିବୁ । ଏହି ବୟାନ ଆସିବା ପରେ କେଉଁଠି ନା କେଉଁଠି ଦୁଇ ପରମାଣୁ ଶକ୍ତି ରାଷ୍ଟ୍ର ମଧ୍ୟରେ ଆଗକୁ ବଡ଼ ସଘର୍ଷ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here