୨୪ ସେକେଣ୍ଡ ଭିତରେ ମାଟିରେ ମିଶିଛି ପୁରା ଗାଁ । ଏବେ ସାମ୍ନାକୁ ଆସିଛି ଧ୍ବଂସଲୀଳା ପରେ ଧରାଲି ଗାଁର ଚିତ୍ର । ସବୁଆଡେ କେବଳ ବଡ଼ ପଥରଖଣ୍ଡ, ଅତଡ଼ା ମିଶା କାଦୁଅ । ମଙ୍ଗଳବାର ସକାଳେ ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ । ପ୍ରକୃତିର ତାଣ୍ଡବକୁ ୨୪ଘଣ୍ଟା ବିତିଯାଇଛି ଓ ଚାଲିଛି ଉଦ୍ଧାର କାମ । ମାଟି ତଳେ ଫସି ରହିଥିବା ଶବକୁ ଉଦ୍ଧାର କରାଯାଉଛି । ଦେଢ଼ଶହରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନ୍‌ଡିଆର୍‌ଏଫ୍‌, ସେନା ଓ ଆଇଟିବିପିର ମିଳିତ ଟିମ୍‌ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏଭଳି ପ୍ରଳୟଙ୍କରୀ ଧ୍ବଂସଲୀଳା ବାରମ୍ବାର ଘଟିଛି । ବିଶେଷ କରି ଖିରୋ ଗାର୍ଡ, ହର୍ଷିଲ, ବଡ଼କୋଟ, କେଦାର ଗାଁ, ଖଲ୍ଲାଡ଼, ମାଟଲାଡ଼ ଓ କର୍ବାରୀରେ ପ୍ରାୟତଃ ଭୂସ୍ଖଳନ, ବାଦଲଫଟା ବର୍ଷା ସମସ୍ୟା ଦେଖାଯାଏ । ୧୮୩୫ ମସିହାରୁ ଲଗାତାର ଏଭଳି ଦୈବ ଦୁର୍ବିପାକ ସମ୍ମୁଖୀନ ହେଉଛି ଉତ୍ତରକାଶୀ ।

LEAVE A REPLY

Please enter your comment!
Please enter your name here