ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନେନେ ଓଡ଼ିଶାର ହସ୍ତତନ୍ତ ଶିଳ୍ପ ପାଇଁ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଘୋଷଣା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏକତା କାର୍ଯ୍ୟକ୍ରମରେ କରାଯାଇଛି। ମାଧୁରୀ ଏହି ଭୂମିକାରେ ଏକ ବର୍ଷ ଅବଧି ପର୍ଯ୍ୟନ୍ତ କାର୍ଯ୍ୟ କରିବେ।ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ରାଜ୍ୟ ସରକାର ପକ୍ଷରୁ ‘ଏକତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ହସ୍ତତନ୍ତ ଦେଶର ବିଭିନ୍ନ ରାଜ୍ୟରେ ଆଦର ରହିଛି । ବିଶ୍ୱରେ ଏହାର ପ୍ରଚାର ପ୍ରସାର ପାଇଁ ମାଧୁରୀଙ୍କୁ ଆମ୍ବାସଡରଭାବେ ନିଯୁକ୍ତି କରାଯାଇଛି । ମାଧୁରୀଙ୍କ ନେତୃତ୍ୱରେ ଓଡ଼ିଶାର ହସ୍ତତନ୍ତ ଛବି ବହୁତ ଚମକିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ବୁଣାକାର ମଧ୍ୟ ଲାଭବାନ ହେବ ।
ଓଡ଼ିଶାର ଛଅଟି ସ୍ଥାନରେ ଟେକ୍ସଟାଇଲ ପାର୍କ ତିଆରି ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ଓଡ଼ିଶାର ହସ୍ତତନ୍ତ ପୋଶାକ ପିନ୍ଧିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ସେ କହିଛନ୍ତି, “ହସ୍ତତନ୍ତ କେବଳ ଆର୍ଥିକ ନୁହେଁ, ଏହା ଆମ ଗର୍ବ ଓ ଐତିହ୍ୟ।” ଓଡ଼ିଶାର ୩୦ ଜିଲ୍ଲାରେ ୩୦ ହଜାର ବୁଣାକାରଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ସମ୍ପୂର୍ଣ୍ଣ ବିକାଶ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛି।














