କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁକାଣ୍ଡରେ ନୂଆ ଅପଡେଟ୍ — ଆତ୍ମହୁତି ଦେଇଥିବା ଛାତ୍ରୀ ଙ୍କ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଧରି ଆଣିଛି ପୋଲିସ। ଆଶା କରାଯାଉଛି, ଶୀଘ୍ର ହିଁ ମୃତ୍ୟୁର ରହସ୍ୟ ଖୋଲିପଡ଼ିବ। ଗତକାଲି ପଟ୍ଟାମୁଣ୍ଡାଇରେ ଛାତ୍ରୀଙ୍କ ଶେଷକୃତ୍ୟ ହୋଇଥିଲା। ପୋଷ୍ଟମର୍ଟମ ପରେ ମୃତଦେହ ଘରକୁ ଆଣି, ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶବଦାହ କରାଯାଇଥିଲା। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ପରିବାର ଲୋକେ ଅଭିଯୋଗ କରିଛନ୍ତି କି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିଲେ। ଏହାସହିତ, ଅଭିଯୋଗ ପତ୍ର ଦେବାକୁ ଆସିଥିବାବେଳେ ଏଏସଆଇ ଶୈଳେନ୍ଦ୍ର ପଲାଇ ଫେରାଇଦେଇଥିବା ଅଭିଯୋଗ ମଧ୍ୟ ଆସିଛି। ଏସ୍ପି କହିଛନ୍ତି – ଲିଖିତ ଅଭିଯୋଗ ପାଇଲେ ତଦନ୍ତ ହେବ, ଶୈଳେନ୍ଦ୍ର ପଲାଇ ଏବେ ପୋଲିସ ମୁଖ୍ୟାଳୟରେ ରହିବେ।
ଗତ ୬ ଅଗଷ୍ଟରେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଅଗ୍ନିଦାହ କରି ଆତ୍ମହତ୍ୟା କରିଥିଲେ। ପୋଲିସ ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କରିଥିବାରୁ, ମୃତ୍ୟୁର ରହସ୍ୟ ଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି। ପିତାଙ୍କ ଅଭିଯୋଗ — ପୁରୁଷ ବନ୍ଧୁଙ୍କ ହାରାସମେଣ୍ଟ୍ରେ ଝିଅ ସୁଇସାଇଡ୍ କରିଥିଲା। ସେ ବାରମ୍ବାର ବ୍ଲାକମେଲ୍ କରୁଥିଲେ, ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ଧମକ ଦେଉଥିଲେ। ପିତାଙ୍କ କହିବା ଅନୁସାରେ, ୬ ମାସ ପୂର୍ବରୁ ଅଭିଯୋଗ କରିଲେ ମଧ୍ୟ ପୋଲିସ କେସ୍ ରଖିନଥିଲା।














