ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କରିବାର ସିଦ୍ଧାନ୍ତ ମହଙ୍ଗା ପଡ଼ିଛି। ମାତ୍ର ଦୁଇ ମାସରେ ଦେଶଟି ୧୨୪୦ କୋଟି ଟଙ୍କାର କ୍ଷତି ସହିଛି। ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ଆକାଶପଥ ବନ୍ଦ କରିଥିଲା। ଅର୍ଥନୈତିକ ସଙ୍କଟରେ ଜର୍ଜରିତ ଦେଶ ପାଇଁ ଏହି କ୍ଷତି ‘ବୋଝ ଉପରେ ନଳିତା’ ପରି ପ୍ରମାଣିତ ହୋଇଛି।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ, ଭାରତୀୟ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ କରିବାରେ ମାତ୍ର ଦୁଇ ମାସରେ ୧୨୪୦ କୋଟି ଟଙ୍କାର କ୍ଷତି ସହିଛି ପାକିସ୍ତାନ। ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ପରେ ପାକିସ୍ତାନ ଏହି ସିଦ୍ଧାନ୍ତ ନେଇଥିଲା। ସଂସଦରେ ଜଣାପଡ଼ିଛି ଯେ, ବାୟୁକ୍ଷେତ୍ର ବନ୍ଦ ହେବାରେ ପ୍ରତିଦିନ ୧୦୦ରୁ ଅଧିକ ବିମାନ ପ୍ରଭାବିତ ହେଉଛି। ୨୪ ଏପ୍ରିଲରୁ ୩୦ ଜୁନ୍ ପର୍ଯ୍ୟନ୍ତ, ପାକିସ୍ତାନକୁ ୪.୧ ବିଲିୟନ ପାକିସ୍ତାନୀ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହି ତଥ୍ୟ ପାକିସ୍ତାନ ଏୟାରପୋର୍ଟ ଅଥରିଟି ପକ୍ଷରୁ ମଧ୍ୟ ସୁନିଶ୍ଚିତ କରାଯାଇଛି।
ପାକିସ୍ତାନ ପୂର୍ବରୁ ମଧ୍ୟ ଏୟାରସ୍ପେସ୍ ବନ୍ଦ କରି କ୍ଷତି ସହିଥିଲା। ୨୦୧୯ ମସିହାରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ପରେ ସେମାନେ ବାୟୁକ୍ଷେତ୍ର ବନ୍ଦ କରିଥିଲେ, ଯାହା ଫଳରେ ୫୪ ନିୟୁତ ଡଲାରର କ୍ଷତି ହୋଇଥିଲା। ବର୍ତ୍ତମାନ ୨୦୨୫ରେ ମଧ୍ୟ, ଏୟାରସ୍ପେସ୍ ବନ୍ଦ କରିବା ସତ୍ତ୍ୱେ ପାକିସ୍ତାନ ଏୟାରପୋର୍ଟ ଅଥରିଟିର ଆୟ ୫୦୮,୦୦୦ ଡଲାରରୁ ୭୬୦,୦୦୦ ଡଲାରକୁ ବଢ଼ିଛି। ୨୦୧୯ରେ ଯେଉଁଠାରେ ପ୍ରତିଦିନ ୪.୨୪ କୋଟି ଟଙ୍କା ଆୟ ଥିଲା, ୨୦୨୫ରେ ସେହି ପରିମାଣ ୬.୩୫ କୋଟି ହୋଇଛି।

LEAVE A REPLY

Please enter your comment!
Please enter your name here