କେନ୍ଦ୍ରାପଡ଼ା ରାଜନଗରରେ ତିବ୍ର ଚାଞ୍ଚଲ୍ୟ । ରାଖୀ ପୁର୍ଣିମା ଦିନ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ସମ୍ପର୍କୀୟ ପିଉସାଙ୍କ ସହ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଜେରା କରୁଛି ରାଜନଗର ପୁଲିସ୍।
ସୂଚନା ଅନୁଯାୟୀ, ରାଖୀ ପୂର୍ଣ୍ଣିମା ଦିନ ସମ୍ପର୍କୀୟ ପିଉସା, ନାବାଳିକା ଛାତ୍ରୀଙ୍କୁ ଭାଲୁକୁଣି ମୂର୍ତ୍ତି କିଣିବା ନାମରେ ମୋଟରସାଇକେଲରେ ଔପଦାକୁ ନେଇଥିଲେ। ପରେ ଗର୍ଜନପୁର–ଗୋସିଗାଁ ରାସ୍ତାର ପମ୍ପହାଉସ ଘର ଓ ପରବର୍ତ୍ତୀତ କୁନ୍ଦୁପୁର ଗ୍ରୀଡ୍ ନିକଟର ନିଛାଟିଆ ରାସ୍ତାରେ ନେଇଯାଇଥିଲେ। ସେଠାରେ ପିଉସା ଦୁଷ୍କର୍ମ କରୁଥିବା ବେଳେ, ସେଥିରେ ମଦ୍ୟପାନରତ ଅନ୍ୟ ୩–୪ ଯୁବକ ମଧ୍ୟ ଜୋରଜବରଦସ୍ତି କରିଥିଲେ। ପରେ ପୀଡିତା ଘଟଣାଟି ପରିବାରକୁ କହିଥିଲେ।
ପିଉସା ଘଟଣାରେ ଜଡିତ ଥିବାରୁ କେତେକ ଲୋକ ଦୁଇ ଦିନ ଧରି ସମାଧାନ ପାଇଁ ଉଦ୍ୟମ କରିଥିଲେ, କିନ୍ତୁ କୌଣସି ଫଳ ନମିଳିବାରୁ ଶେଷରେ, ଗତକାଲି ପୀଡିତା ପରିବାର ପକ୍ଷରୁ ରାଜନଗର ଥାନାରେ ଅଭିଯୋଗ ଦାଖଲ ହୋଇଛି। ଏହାସହ, ଦୁଷ୍କର୍ମକାରୀମାନେ ପୀଡିତାଙ୍କ ଫଟୋ ଓ ଭିଡିଓ କରି ଭାଇରଲ କରିଥିବା ସୂଚନା ମିଳିଛି। ପୁଲିସ ପିଉସାଙ୍କ ସହ ୪ ଜଣଙ୍କୁ ଅଟକ କରି ତଦନ୍ତ କରୁଛି।














