ରାଜ୍ୟରେ ଆତ୍ମାହୁତି ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ଗୋଟିଏ ଘଟଣାର ତଦନ୍ତ ଶେଷ ହେବା ପୂର୍ବରୁ ଆଉ ଗୋଟିଏ ଘଟଣା ଘଟିଯାଉଛି । ମାତ୍ର ଦୁଇ ଦିନରେ ୩ଟି ମାମଲା ସାମ୍ନାକୁ ଆସିଛି । ପୂର୍ବ ମାସରେ ୬ଟି ଆତ୍ମାହୁତି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତକାଲି ବରଗଡ଼ରେ ଜଣେ ନାବାଳିକାଙ୍କ ଆତ୍ମାହୁତି ପରେ, ଆଜି ଢେଙ୍କାନାଳ ଓ ଭୁବନେଶ୍ବରରୁ ମଧ୍ଯ ଏପରି ଘଟଣା ସୂଚନା ମିଳିଛି । ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବକ ଘରୋଇ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ପ୍ରକାଶ ପାଇଛି । ସେଇ ଯୁବକ ଏହି କଲେଜରେ ଆଟେଣ୍ଡାଣ୍ଡ ଭାବେ କାମ କରୁଥିଲେ ।
ପ୍ରାଥମିକ ତଦନ୍ତରେ ପାରିବାରିକ ବିବାଦରୁ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ତାଙ୍କ ଶରୀରର ର ୧୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ଉଦ୍ଧାର କରି ଏମସ୍ ରେ ଭର୍ତ୍ତି କରାଯାଇଛି । ୩୦ ବର୍ଷୀୟ ସେହି ଯୁବକଙ୍କ ଘର ଯାଜପୁର ଜିଲ୍ଲାର ବିଞ୍ଝାରପୁର ଜଣାପଡିଛି । ଭାଇ-ଭଉଣୀଙ୍କ ସହ ବିବାଦ ପରେ ସେ ଏହି ପଦକ୍ଷେପ ନେଇଥିବା ଅଭିଯୋଗ ଉଠିଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here