ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସରକାର ୯୭ ଟି ଏଲସିଏ ମାର୍କ ୧ (ଏ)ଯୁଦ୍ଧ ବିମାନ କିଣିବା ପାଇଁ ୬୨ ହଜାର କୋଟି ଟଙ୍କାର ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସବୁ ଯୁଦ୍ଧ ବିମାନ ମେକ୍ ଇନ୍ ଇଣ୍ଡିଆ କ୍ରମରେ କିଣାଯିବ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏସବୁ ଯୁଦ୍ଧ ବିମାନର ନିର୍ମାଣ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ କରିବ । ଏହା ପୂର୍ବରୁ ମଧ୍ୟ ଭାରତ ସରକାର ୪୮ ହଜାର କୋଟି ଟଙ୍କାର ୮୩ ଟି ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି । ଏହି ନୂଆ ବିମାନ ମିଗ୍-୨୧ର ସ୍ଥାନ ନେବ । ସେପଟେ ଭାରତୀୟ ବାୟୁସେନା ତରଫରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ମିଗ୍-୨୧ ବିମାନକୁ ରିଜେକ୍ଟ କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here