ରବିବାର ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ ASI ଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ପୋଲିସ ASI ମାନସ ସିଂହଙ୍କର ମୃତ୍ୟୁ ହୋଇଛି । ମାନସଙ୍କ ଘର କଙ୍କଡ଼ାହାଡ଼ ଥାନା ପାଟବେଡା ଗାଁରେ ହୋଇଥିବା ସୂଚନା ରହିଛି । ସେ ଅନୁଗୁଳ ସଦର ଥାନାରେ ASI ଭାବେ କାର୍ଯ୍ୟରତ ଥିଲେ। ଗତ କାଲି ରାତିରେ ଘରକୁ ବାଇକ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲେ। ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଖବର ପାଇ କାମାକ୍ଷାନଗର ପୋଲିସ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here