ଗତ ରବିବାରଠାରୁ ନିଖୋଜ ହୋଇଥିବା ଜଣେ ଯୁଟ୍ୟୁବରଙ୍କୁ ଅବଶେଷରେ ସୁରକ୍ଷିତ ଅବସ୍ଥାରେ ଖୋଜି ପାଇବାକୁ ସମର୍ଥ ହୋଇଛି ପୋଲିସ। ସୂଚନା ଅନୁସାରେ, ସେ ବଣଭୋଜି ପାଇଁ ମହେନ୍ଦ୍ରଗିରି ପାଦଦେଶରେ ଅବସ୍ଥିତ ବାରହାପଥର ଜଳପ୍ରପାତକୁ ଯାଇଥିଲେ। ସେଠାରେ ବ୍ଳଗିଂ କରିବା ସମୟରେ ଅଚାନକ ନିଖୋଜ ହୋଇଯାଇଥିଲେ।

ନିଖୋଜ ଘଟଣା ପରେ ସାଙ୍ଗମାନେ ପ୍ରଥମେ ବିଭିନ୍ନ ସ୍ଥାନରେ ସନ୍ଧାନ କଲେ କିନ୍ତୁ ସଫଳତା ମିଳିନଥିଲା। ପରବର୍ତ୍ତୀକାଳରେ ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ ଦଳ ସହାୟତାରେ ବ୍ୟାପକ ତଲାଶି କାର୍ଯ୍ୟ ଆରମ୍ଭ କରିବା ପରେ ଅବଶେଷରେ, ବୁଧବାର ସକାଳେ ସେ ସୁରକ୍ଷିତ ଅବସ୍ଥାରେ ମିଳିଥିବା ବୋଲି ସୂଚନା ମିଳିଛି। ସେ ବ୍ଳଗିଂ ସହିତ ବ୍ରହ୍ମପୁରରେ ଏକ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିବା ଜଣା ପଡ଼ିଛି। ପୋଲିସ କହିଛି, “ତାଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ମିଳିଛନ୍ତି , ଏହା ଆମ ସବୁଙ୍କ ପାଇଁ ଖୁସିର କଥା।”

LEAVE A REPLY

Please enter your comment!
Please enter your name here